ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲା
କଟକ,୯ା୮(ସକାଳକବର): ସି ୱେଜ ସିିପିଂ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ଘଟଣା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ତାରିଖରେ ହେବା ପାଇଁ ଧାର୍ଯ୍ୟ କରିଛନ୍ତି । ସେହିପରି ଅରିନ୍ଦମ ସର୍କେଲ ଓରଫ ବାପି, ଶିବ ପ୍ରସାଦ ଦାସ, କାଦିର ଖାଁ ଓ ମହମ୍ମଦ ବବୁଲଙ୍କ ଆବେଦନ ଉପରେ ଉପରୋକ୍ତ ତାରିଖରେ ହେବା ପାଇଁ ଧାର୍ଯ୍ୟ ହୋଇଛି ।