ସଂପତ୍ତି ବାଜ୍ୟାପ୍ତି ମାମଲାରେ ସାକ୍ଷ୍ୟ ଦେଲେ ଇଓଡବ୍ଲ୍ୟ ଆଇଓ
କଟକ,୯ା୮(ସକାଳଖବର): ସ୍ୱତନ୍ତ୍ର ଡେଜିଗନେଟେଡ ଅଦାଲତରେ ସାରଳା ରିଅଲକନ ସଂପତ୍ତି ବାଜ୍ୟାପ୍ତି ମାମଲାରେ ସାକ୍ଷା ଗ୍ରହଣ ହୋଇଥିବାବେଳେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଡିଏସପି ତଥା ତଦନ୍ତକାରୀ ଅଧିକାରୀ ତପନ କୁମାର ମହାନ୍ତି ହାଜର ହୋଇ ସାକ୍ଷା ପ୍ରଦାନ କରିଛନ୍ତି । ତେବେ ସାକ୍ଷ୍ୟ ଗ୍ରହଣ ସମୟରେ ଜବତ ହୋଇଥିବା କିଛି ଜମିଜମା ଦଲିଲକୁ ଆଇଓ କୋର୍ଟରେ ଉପସ୍ଥାପନା କରିଥିଲେ । ସାକ୍ଷା ଗ୍ରହଣ ଅସମାପ୍ତ ରହିବାରୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୩ତାରିଖକୁ ଧାର୍ଯ୍ୟ କରାଯାଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁବ୍ରତ ମହାନ୍ତି ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଚିଟଫଣ୍ଡ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁା ପକ୍ଷରୁ ସାରଳା ରିଅଲକନ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରାଯାଇଥିଲା । ଉକ୍ତ ସଂସ୍ଥାର ବିଭିନ୍ନ ବାାଙ୍କରେ ଥିବା ୧୩ଲକ୍ଷ ୧୦ହଜାର ୩୧୬ଟଙ୍କା ଜବତ କରାଯାଇଥିବାବେଳେ ୪ଟି ମୂଲାବାନ ଗାଡ଼ି ମଧ୍ୟ ଜବତ କରାଯାଇଥିଲା । ।