ମୁଖ୍ୟ ବିଚାରପତିଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା
କଟକ,୬ା୮(ସକାଳଖବର): ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା ଦିଆଯିବା ସହ ସୁପ୍ରିମକୋର୍ଟର ଜଷ୍ଟିସ ଭାବେ ନିଯୁକ୍ତି ପାଇଥିବାରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି, ବିଚାର ବିଭାଗୀୟ ଅଫିସର ଓ କର୍ମଚାରୀ ଉପସ୍ଥିତ ଥିବାବେଳେ ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ, ସଂପାଦକ ସତ୍ୟବ୍ରତ ମହାନ୍ତି, ହାଇକୋର୍ଟ ବାର ଆସୋସିଏସନ ପୂର୍ବତନ ସଭାପତି ଅଶୋକ କୁମାର ପରିଜା, ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ମହାନ୍ତି, ଧରଣୀଧର ନାୟକ, ରାଜ୍ୟ ଆଇନଜୀବୀ ପରିଷଦ ସଭାପତି ଡକ୍ଟର ଟହଲି ଚରଣ ମହାନ୍ତି, ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ସୁପ୍ରିମ କୋର୍ଟ ଜଷ୍ଟିସ ଭାବେ ଆସନ୍ତାକାଲି ସେ ଶପଥ ଗ୍ରହଣ କରିବେ ।